ନମସ୍କାର ବନ୍ଧୁ ଗଣ , ବନ୍ଧୁଗଣ ମୁଁ ଆପଣ ମାନଙ୍କୁ ଯେପରି ପୂର୍ବରୁ କହିଥିଲି ଯେ କୃଷକ ଓଡିଶା ପୋର୍ଟାଲ ରେ ପଞ୍ଜିକରଣ କରିବାର ଶେଷ ତାରିଖ ହେଉଛି ଅକ୍ଟୋବର 31 ତାରିଖ 2022 


ଆମ ଓଡ଼ିଶାରେ ରହିଥିବା ପ୍ରତ୍ୟେକ ଚାଷୀମାନେ ଯେପରି କ୍ଷୁଦ୍ର ଚାଷୀ କିମ୍ବା ଭୂମିହୀନ ଚାଷୀ କିମ୍ବା ନାମ ମାତ୍ର ଚାଷୀ ରୁହନ୍ତି ସେମାନଙ୍କୁ ଅକ୍ଟୋବର 31 ସୁଦ୍ଧା ପଞ୍ଜିକରଣ କରାଇବାକୁ ପଡିବ 


ଏବଂ ସେଥିପାଇଁ ରାଜ୍ୟ ସରକାର ତରଫରୁ କୃଷକ ମାନଙ୍କୁ ବହୁତ ଅପିଲ କରାଯାଉଛି କି ସେମାନେ କିନ୍ତୁ ବନ୍ଧୁମାନେ ଏବେ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ଏମିତି ଚାଷୀମାନେ ଅଛନ୍ତି ଯେଉଁମାନେ କି ଏପର୍ଯ୍ୟନ୍ତ କୃଷକ ଓଡିଶା ପୋର୍ଟାଲ ରେ ପଞ୍ଜିକରଣ କରି ନାହାନ୍ତି 


ସେଥିପାଇଁ ସରକାର ତରଫରୁ ଏବେ ନୂଆ ପଦକ୍ଷେପ ନିଆ ଯାଇଛି 

ହଁ ବନ୍ଧୁମାନେ ଏବେ ସରକାର ଙ୍କ ଦ୍ୱାରା ପ୍ରତ୍ୟେକ ବ୍ଲକ ରେ ପ୍ରଚାର ଗାଡି ମାଧ୍ୟମରେ ପ୍ରଚାର କୃଷକ ଓଡିଶା ପୋର୍ଟାଲ ରେ ପଞ୍ଜିକରଣ କରିବା ପାଇଁ 

ଏବଂ ଶେଷ ତାରିଖ ଅକ୍ଟୋବର 31 ବୋଲି କୁହା ଯାଉଛି 

ଆପଣ ମାନେ ଅକ୍ଟୋବର 31 ସୁଦ୍ଧା ନିକଟରେ ଥିବା ମୋ  ସେବା କେନ୍ଦ୍ର ରେ ମାଗଣାରେ ପଞ୍ଜିକରଣ କରି ପାରିବେ 

ବନ୍ଧୁମାନେ ଯେଉଁ ଚାଷୀଭାଇ ମାନେ କୃଷକ ଓଡିଶା ପୋର୍ଟାଲ ରେ ପଞ୍ଜିକରଣ କରି ନାହାନ୍ତି ସମାନେ ଏଇଠୁ ବୁଝି ପାରୁଥିବେ ରାଜ୍ୟ ସରକାର କୃଷକ ଓଡିଶା ବିଷୟରେ କେତେ ଧ୍ୟାନ ଦେଉଛନ୍ତି 

ଆଉ ଓଡ଼ିଶାର ପ୍ରତ୍ୟେକ ଚାଷୀଭାଇ ମାନଙ୍କୁ କୃଷକ ଓଡିଶା ପୋର୍ଟାଲ ରେ ରେଜିଷ୍ଟ୍ରେସନ କରିବା ପାଇଁ ଅପିଲ କରୁଛନ୍ତି ରାଜ୍ୟ ସରକାର କହିବା ଅନୁସାରେ କୃଷକ ଓଡିଶା ପୋର୍ଟାଲ ହେଉଛି କୃଷକ ମାନଙ୍କର ଡାଟାବେସ 

ଆମ ରାଜ୍ୟରେ ଥିବା କୃଷକ ମାନେ କେଉଁ ଚାଷ କରୁଛନ୍ତି , କେତେ ଜମିର ପରିମାଣ ଅଛି , ଜମିର ଅବସ୍ଥିତି , ଜଳ ସେଚନ ସୁବିଧା ଅଛିକି ନାହିଁ ସବୁ କିଛି ବିବରଣୀ ସେମାନଙ୍କୁ ଦେବାକୁ ପଡିବ 

ଯାହା ଦ୍ୱାରା କି କୃଷକ ପୋର୍ଟାଲ ରେ ସେମାନଙ୍କ ର ଡାଟା  ରହି ପାରିବ 

ଯେତେବେଳେ ମଧ୍ୟ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଦ୍ୱାରା କୌଣସି ଯୋଜନା ଆସିଲେ ସେମାନେ ସିଧା ସଳଖ ସୁବିଧା ପାଇ ପାରିବେ 

ସେଥିପାଇଁ ଆପଣ ମାନେ କୃଷକ ଓଡିଶା ପୋର୍ଟାଲ ରେ ରେଜିଷ୍ଟ୍ରେସନ କରିବା ନିହାତି ଜରୁରୀ 

ବନ୍ଧୁମାନେ ଯଦି ଆପଣ ଏପର୍ଯ୍ୟନ୍ତ କୃଷକ ଓଡିଶା ପୋର୍ଟାଲ ରେ ରେଜିଷ୍ଟ୍ରେସନ କରି ନାହାନ୍ତି ତାହେଲେ ନିକଟରେ ଥିବା ମୋ ସେବା କେନ୍ଦ୍ର କୁ ଯାଇ ରେଜିଷ୍ଟ୍ରେସନ କରି ଦିଅନ୍ତୁ 

ଏବଂ ଯଦି ଆପଣଙ୍କ ଗ୍ରାମରେ ପ୍ରଚାର ଗାଡି ମାଧ୍ୟମରେ ପ୍ରଚାର କରାଯାଉଛି ତାହେଲେ କମେନ୍ଟ ମାଧ୍ୟମରେ କମେନ୍ଟ ନିଶ୍ଚୟ କରନ୍ତୁ 

ବନ୍ଧୁମାନେ  ଆଶା କରୁଛି ଏ ଭିଡିଓ ଟି ନିଶ୍ଚୟ ଭଲ ଲାଗିଥିବ 


Post a Comment

0 Comments