PM KISAN NEW UPDATE 2022 - ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ନୂଆ ଅପଡେଟ
ଏଣିକି ସ୍ୱାମୀ - ସ୍ତ୍ରୀ ଉଭୟଙ୍କୁ ମିଳିବ 6000/- ଟଙ୍କା
ଜାଣନ୍ତୁ PM KISAN ର ନୂଆ ନିୟମ
ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନ ରେ ସରକାର ବାର୍ଷିକ 6000/- ଟଙ୍କା ଅର୍ଥାତ 2000/- ଟଙ୍କାର 3ଟି କିସ୍ତି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ପଠାଉଛନ୍ତି
କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ଅନେକ ପରିବର୍ତ୍ତନ ହୋଇଛି
କେବେ ଆବେଦନ କୁ ନେଇ ତ ଆଉ କେବେ ଯୋଗ୍ୟପାତ୍ର କୁ ନେଇ ପିଏମ ଯୋଜନାରେ ଅନେକ ପରିବର୍ତ୍ତନ ହୋଇଛି
କିଏ ଅଯୋଗ୍ୟ ?
1- ନିୟମ ଅନୁଯାୟୀ , ଯଦି ଜଣେ କୃଷକ ନିଜର ଚାଷ ଜମିକୁ କୃଷି କାର୍ଯ୍ୟ ପାଇଁ ବ୍ୟବହାର କରୁ ନାହାନ୍ତି ବରଂ ଅନ୍ୟ କାମ ପାଇଁ କିମ୍ବା ଅନ୍ୟ ମାନଙ୍କ କ୍ଷେତରେ ଚାଷ କାର୍ଯ୍ୟ କରନ୍ତି , ଏବଂ ସେହି କ୍ଷେତ୍ର ଟି ତାଙ୍କର ନୁହେଁ , ଏହିପରି ଚାଷୀମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ହକଦାର ହେବେ ନାହିଁ
2- ଯଦି ଜଣେ କୃଷକ ଚାଷ କରୁଛନ୍ତି କିନ୍ତୁ କ୍ଷେତ ତାଙ୍କ ନାମରେ ନାହିଁ ବରଂ ତାଙ୍କ ପିତା କିମ୍ବା ଜେଜେବାପା ଙ୍କ ନାମରେ ଅଛି , ତେବେ ସେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ
3- ଯଦି କେହି କୃଷି ଜମିର ମାଲିକ ଅଛନ୍ତି କିନ୍ତୁ ସେ ଜଣେ ସରକାରୀ କର୍ମଚାରୀ , କିମ୍ବା ଅବସର ପ୍ରାପ୍ତ , ଏବେକାର କିମ୍ବା ପୂର୍ବତନ ସାଂସଦ, ବିଧାୟକ , ମନ୍ତ୍ରୀ ଅଛନ୍ତି ତେବେ କିସାନ ଯୋଜନା ପାଇଁ ମଧ୍ୟ ଏହିପରି ବ୍ୟକ୍ତି ଅଯୋଗ୍ୟ ଅଟନ୍ତି
4- ବୃତ୍ତିଗତ ପଞ୍ଜିକୃତ ଡାକ୍ତର , ଇଞ୍ଜିନିୟର , ଆଇନଜୀବୀ , ଚାଟାର୍ଡ ଆକାଉଣ୍ଟାଣ୍ଟ କିମ୍ବା ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଅଯୋଗ୍ୟ ତାଲିକାରେ ଆସିଥାନ୍ତିବି
5- ଇନକମ ଟ୍ୟାକ୍ସ ଦେଉଥିବା ପରିବାରଙ୍କୁ ମଧ୍ୟ ଏହି ଯୋଜନାର ଲାଭ ମିଳିବ ନାହିଁ
ଏବେ ଏହି ଯୋଜନାରେ ସ୍ୱାମୀ ସ୍ତ୍ରୀ ଉଭୟଙ୍କୁ ପିଏମ କିଷାନ ସମ୍ମାନ ନିଧି ଯୋଜନାର ଲାଭ ମିଳିବ ବିଷୟରେ ଆଲୋଚନା ଚାଲିଛି
ଆସନ୍ତୁ ଜାଣିବା କଣ ରହିଛି ନୂଆ ନିୟମ
1- ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନୁଯାୟୀ ଉଭୟ ସ୍ୱାମୀ ସ୍ତ୍ରୀ ପିଏମ କିସାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଇ ପାରିବେ ନାହିଁ , ଯଦି କେହି ଏପରି କରନ୍ତି , ତେବେ ସରକାର ତାଙ୍କୁ ଫେକ ବୋଲି କହି ତାଙ୍କଠାରୁ ଟଙ୍କା ଫେରାଇ ଆଣିବେ
2- ଏହା ବ୍ୟତୀତ ଏପରି ଅନେକ ଜିନିଷ ଅଛି , ଯାହା କୃଷକ ମାନଙ୍କୁ ଅଯୋଗ୍ୟ କରିଥାଏ , ଯଦି ଅଯୋଗ୍ୟ କୃଷକ ମାନେ ଏହି ଯୋଜନାର ଲାଭ ଉଠନ୍ତି ତେବେ ସେମାନଙ୍କୁ ସମସ୍ତ କିସ୍ତି ସରକାରଙ୍କୁ ଫେରସ୍ତ କରିବାକୁ ପଡିବ
3- ଏହି ଯୋଜନାର ନିୟମ ଅନୁଯାୟୀ ଯଦି କୃଷକ ପରିବାର ରେ କେହି ଟ୍ୟାକ୍ସ ଦିଅନ୍ତି ତେବେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ ଅର୍ଥାତ ଯଦି ପତି ପତ୍ନୀଙ୍କ ମଧ୍ୟରୁ କେହି ଗତ ବର୍ଷ ଇନକମ ଟ୍ୟାକ୍ସ ଦେଇଛନ୍ତି ତେବେ ସେମାନେ ଏହି ଯୋଜନାର ଲାଭ ପାଇବେ ନାହିଁ
0 Comments