ଦୃଶ୍ୟ ୧

                                                                    

ଗଲାପରେ )


ସିଦ୍ଧାର୍ଥ - ବନମାଳୀ..... ବନମାଳୀ

ବନମାଳୀ - ୟେସ ସାର

ସିଦ୍ଧାର୍ଥ - ଆଛା ବନମାଳୀ ସେ ଆସାମୀ ଶିରାଜ ମାନେ ଶନି ମଙ୍ଗଳ ତାକୁ ନେଇ ଆସ , ଆଜି ତାର ଶେଷ ଦିନ

ବନମାଳୀ - ଶେଷ ଦିନ ମାନେ ସାର ମୁଁ କିଛି ବୁଝି ପାରିଲିନି

ସିଦ୍ଧାର୍ଥ - ମାନେ ବନମାଳୀ , ତା ଶେଷ ତାରିଖ ଟା ଆଜି , ଆଜି ତାକୁ ଫାସୀ ଖୁଣ୍ଟରେ ଝୁଲେଇ ଦେବେ

ବନମାଳୀ - ହଁ ସାର , ଯିଏ ଯେମିତି କା ପାପ କଲା ତାର ଫଳ ସେଇମିତି ପାଏ , ହଉ ସାର ମୁଁ ନେଇ ଆସୁଛି (ଚାଲିଗଲା )

ସିଦ୍ଧାର୍ଥ - ହେଲେ ଆଜି ଯାଏଁ ସେ ଆସାମୀ ଶନି ମଙ୍ଗଳ ଟା କୁ ପଚାରି ଆସୁଛି କେବେ ବି କହୁନି , ହେଲେ ଆଜି ଶୁଣିବି ହଁ

ବନମାଳୀ - ସାର (ଆସାମୀ କୁ କଲା କପଡା ଘୋଡେଇ ଦେଇ )


ଶିରାଜ - ସାର ଶେଷ ଥର ପାଇଁ ନମସ୍କାର 

ସିଦ୍ଧାର୍ଥ - ହଁ ଶିରାଜ , I MEAN ଶନି ମଙ୍ଗଳ , ଶେଷ ଥର ପାଇଁ ନମସ୍କାର କରୁଛ , ହେଲେ ଶେଷ ଥର ପାଇଁ ମୁଁ ତୁମକୁ ପଚାରୁଛି ତମ ଅତୀତ କଣ ? କାହିଁକି ଖରାପ ଦୁନିଆ କୁ ଚାଲିଗଲ ? ଆରେ କୁହ ....

ବନମାଳୀ - କହି ଦଉନ ଦୀର୍ଘ ଦଶ ବର୍ଷ ହେଲା ସାର ଙ୍କ ଗୋଟିଏ କାହାଣୀ , ଶନି ମଙ୍ଗଳ ର ଅତୀତ କଣ ଥିଲା ? 

ସିଦ୍ଧାର୍ଥ - କୁହ ଶନି ମଙ୍ଗଳ , ଆଜି ତୁମକୁ କହିବାକୁ ହେବ କୁହ ଶନି ମଙ୍ଗଳ ( ଦୁହେଁ କହିଲେ )

ଶିରାଜ - ହଁ ସାର , ମୁଁ କହିବି ଆଜି ମୋ ଅତୀତ ଆପଣ ମାନଙ୍କୁ କହିବି , ଗୋଟିଏ ସୁନ୍ଦର ଦୁନିଆ ରେ ଗୋଟିଏ ସୁନ୍ଦର ମନ୍ଦିର ଭଳିଆ ମୋ ଘର ଥିଲା , ବାପା ମାଆ ଭାଇ ଭଉଣୀ ଆଉ ଜଣେ ବିଶ୍ୱାସଘାତି ମାମା ଥିଲା , (ଷ୍ଟୋରୀ ଡାଇଲକ ରେ ) (ମଞ୍ଚ ଅନ୍ଧାର )

ଗଲାପରେ )

(ମର୍ଡର ସିନ )

ଶଙ୍କର - ଜହର ଏ କଣ କଲୁ , ତୋ ଭଉଣୀ କୁ ତୁ ନିଜେ ମାରିଦେଲୁ

ଜହର - ହଁ ମାରିଦେଲି , ଏଇ ହାତରେ ମୁଁ ମୋ ଭଉଣୀକୁ ମାରିଦେଲି

ଶଙ୍କର - ମାନେ କିଛି ବୁଝି ପାରିଲିନି

ଜହର - ୟାକୁ ସତ୍ୟଜିତ ସାଙ୍ଗରେ ବାହା ଦେଇ ତା ସବୁ ସମ୍ପତି ମୋ ନାମରେ କରିବି ବୋଲି , ହେଲେ ମୋ ଭଉଣୀ ମୋତେ ଧୋକା ଦେଲା ସେଇଟାହିଁ ପାଇଁ ମାରିଦେଲି (ହସି )

ଶଙ୍କର - ତୁ ତୋ ଭଉଣୀ କୁ ମାରିଦେଲୁ , ଏଇନେ କଣ କରିବୁ

ଜହର - ମୋ ଭଣଜା ପରା ଅଛି , ମୋ ଭଣଜା କୁ ଏବେ ହାତ ମୁଠାରେ ରଖି ତା ସ୍ଥାବର ଅସ୍ଥାବର ସମ୍ପତି କୁ ମୋ ନାମରେ will କରିବି

ଶଙ୍କର - ବୁଝିଗଲି ରେ ଜହର

ଜହର - ଶଙ୍କର ମୋ ମୁଣ୍ଡରେ କେବେଳ ବିଷ,.... କେବଳ ବିଷ ....ସେଇଥି ପାଇଁ ମୋ ମା ମୋ ନାଁ ଦେଇଥିଲା ଜହର ଜଗଦୀଶ (ହସିଲେ )

ଶଙ୍କର - ହଁ ତୁ ସବୁ ସମ୍ପତ୍ତି ର ମାଲିକ ଆଉ ମୁଁ

ଜହର - dont worry ପାର୍ଟନର , ଆମେ ଦୁହେଁ 50 % ର ହକଦାର (ଦୁହେଁ ହସି ଚାଲିଗଲେ )

                                                            ଦୃଶ୍ୟ - ୨ 


                                                      (୨୫  ବର୍ଷ ତଳର କଥା )


ଜହର - ମୁଁ ଜହର ଜଗଦୀଶ ମୋ ମୁଣ୍ଡରେ ବିଷ , କେବଳ ବିଷ ସେଇଥି ପାଇଁ ମୋ ମାଁ ନା ଦେଇଥିଲା ଜହର ଜଗଦୀଶ , ମୋ ଭଉଣୀ କୁ ଏ ଘରେ ବାହା ଦେଇଥିଲେ ଖୁସିରେ ରହିବ ବୋଲି ହେଲେ ସବୁ ଓଲଟ ପାଲଟ ହେଇଗଲା , ମୋ ଭଉଣୀ ମରିଗଲା ବୋଲି ମୋ ଭିଣୋଇ ଆଉ ଥରେ ବାହା ହେଇ ଏ ଘର କୁ ନୂଆ ବୋହୁ ଆଣୁଛି 

ଶିରାଜ - କିଏ ବୋହୁ ଆଣୁଛି ମାମୁ

ଜହର - ଦେଖା ମୋ ଭଣଜା ଆସିଲା , ମୋ ଭଉଣୀ ର ଗୋଟିଏ ମାତ୍ର ପୁଅ ଶିରାଜ 

ଶିରାଜ - ଏ ମାମୁ , କେତେ ଥର କହୁଛି ସେ ଶିରାଜ ନାଁ ଟା ମୁହଁରେ ଧରିବନି , ମୁଁ ଶନି ମଙ୍ଗଳ , ଗ୍ରହରାଜ ଶନି ମଙ୍ଗଳ , ଏଥର କୁହ ଏ ଘର କୁ କିଏ ଆସୁଛି ?

ଜହର - କିଏ ଆସୁଛି ? ତୋ ମାଁ,  ମାନେ ତୋ ସାବତ ମାଁ

ଶିରାଜ - ମାମୁ (ରାଗି)

ଜହର - ହଁ ତୋ ବାପା ଆଉ ଥରେ ବାହା ହୋଇ ଏ ଘର କୁ ତୋ ସାବତ ମା ଆଣୁଛି , ତୋତେ ଗେଲ୍ହ କରିବ, ଆଉଁସି ଦେବ, ତା ହାତରେ ଖୁଆଇ ଦେବ, ତାପରେ ତାରି ପୁଅ ଯଉ ଦିନ ଆସିବ ସବୁ ସମ୍ପତି ଗଲା , 

ଶିରାଜ - ମାମୁଁ , ମୁଁ ସେସବୁ ହେବାକୁ ଦେବିନି , କାହିଁକି ନା ମୁଁ ଶନି ମଙ୍ଗଳ , I MEAN  ଗ୍ରହରାଜ ଶନି ମଙ୍ଗଳ , ଏଇ ଶନି ଯାହାକୁ ଲାଗେ ସାଢେ ସାତ , ସେଇ ଦିନ କାଳ ରାତ୍ରିରେ କାଳ ବର୍ଷା ହବାର ସୁନିଶ୍ଚିତ , ଜୟ ଶନିଦେବ 

ଜହର - ( ହସି ) ମୋ ଭଣଜା ପାଇଁ ମୁଁ ସବୁ କରି ପାରିବି 

ସତ୍ୟ - କଣ ସବୁ କରି ପାରିବୁ ଶୁଣେ ? 

ଜହର - ଏ ନାଇଁ ଭାଇ , କଥା କଣ କି 

ସତ୍ୟ - ମାମୁଁ ଭଣଜା ଆଜି ଖୁସି ଜଣା ପଡୁଛ 

ଜହର - ଖୁସି ହବନି କେମିତି , ମୋ ଭଣଜା ପାଇଁ ତମେ ନୂଆ ମା ନା ନା ସାବତ ମା ଆଣିଛ , ଆଉ ଖୁସି ହବନି , 

ସତ୍ୟ - ଜହର ....ମୁହଁ ସମ୍ଭାଳି କଥା ବାର୍ତ୍ତା କର , ମୁଁ କଣ ମୋ ପୁଅ ଶିରାଜ କୁ ଭଲ ପାଏନି,  ଶିରାଜ ...

ଶିରାଜ - ବାପା 

ସତ୍ୟ - ଆ ମୋ ପାଖକୁ ଆ , ମୁଁ ତୋ ପାଇଁ ମା ଆଣିଛି ରେ , ସାବତ ମା ନୁହେଁ ସିଏ ତୋରି ଆଉ ଗୋଟିଏ ମା 

ଜହର - ସିଏ କଣ ମୋ ଭଣଜା କୁ ତା ହାତରେ ଖୁଆଇ ଦେବ ? ସିଏ ମୋ ଭଣଜା କୁ ଭଲ ପାଇବ ? 

ମମତା - ହଁ ଭାଇ ମୁଁ ତାକୁ ମୋ ହାତରେ ଖୁଆଇ ଦେବି , ମୁଁ ସ୍ନେହ ମମତା ଭଲ ପାଇବା ଓଝାଡ଼ି ଦେବି 

ଜହର - ବା ଶୁଣିକି ଧନ୍ୟ ହେଇ ଗଲି , ତାହେଲେ ସବୁ କଥା ଜାଣି ସାରିଛୁ 

ମମତା - ହଁ ଜାଣି ସାରିଛି , ତମ ଭଉଣୀ କୁ ଇଏ ବାହା ହେଇଥିଲେ ବୋଲି ଆଉ ତାଙ୍କରି ପୁଅ ଏଇ ଶିରାଜ , ସେଇଥି ପାଇଁ ତୋ ତମକୁ ମୁଁ ଭାଇ ବୋଲି କହୁଛି , ଶିରାଜ ମୋ ପୁଅ ଆ ବାପା ମୋ ପାଖକୁ ଆ 

ଜହର - ଭଣଜା ଯା , ତୋ ସାବତ ମା ନାଇଁ ବେ ତୋ ମାଆ କୋଳ କୁ ଯା , 

ମମତା - ଆ ମୋ ପାଖକୁ ଆ , ଆ ..............ଆ ............

ଶିରାଜ - ( ଟିକେ ପାଖକୁ ଯାଇ ) ମା ହଟ ( ଚାଲିଗଲା )

ଜହର - ଭାଇ ଇୟେ କଣ ମାଆ ର ମମତା ଜାଣିଛି ? ଶିରାଜ କଣ ତା ନିଜ ପୁଅ ହଁ ନିଜ ପୁଅ ହେଇଥିଲେ ସିନା 

ସତ୍ୟ - ଜହର ତୁ ସବୁବେଳେ ମୋ ପୁଅ କୁ ଖରାପ ରାସ୍ତା କୁ ନେଉଛୁ , 

ଜହର - ଏ ଭାଇ ମୋତେ କଣ କହୁଛ ? ମୁଁ ମୋ ଭଣଜା କୁ ଖରାପ କୁ ନଉଛି ଭାଇ 

ସତ୍ୟ - ହଁ ତୁ ନଉଛୁ , ତୁ ମୋ ପୁଅ କୁ ଖରାପ ରାସ୍ତା ରେ ଚାଲିବାକୁ ବାଧ୍ୟ କରୁଛୁ 

ଜହର - ହଉ ହେଲା , ସବୁ ଦୋଷ ମୋର , ଭାଇନା ଆସୁଛି ନମସ୍କାର ( ଚାଲିଗଲା )

ସତ୍ୟ - ଯା ଯା କୁଳାଙ୍ଗାର କଉଠିକାର 

ମମତା - ଏଇ ଆମ ପୁଅ ଶିରାଜ ଚାଲିଗଲା ବୋଲି ମନ କଷ୍ଟ କରୁଛ 

ସତ୍ୟ - ନାଇଁ ମମତା ନାଇଁ 

ମମତା - ଏଇ ତମକୁ ବାହା ହୋଇ ଏ ଘର କୁ ଆସିଛି ତମ ସ୍ତ୍ରୀ ହୋଇ , ଆଉ ମୁଁ ଯେତେବେଳେ ତମ ସ୍ତ୍ରୀ ଶିରାଜ ର ସାବତ ମାଆ ହେବି କେମିତି , ମୁଁ ପରା ତା ମାଆ 

ସତ୍ୟ - ମମତା 

ମମତା - ମୁଁ ପରା ତା ରକ୍ତର ମାଆ , ତମେ ଦେଖିବ ଏଇ ଶିରାଜ କୁ ଏତେ ଭଲ ପାଇବା ଦେବି ସେ ମୋ ପାଖରୁ କୁଆଡେ ଯିବନି , ତାକୁ ମୁଁ ମୋ ପଣତ କାନିରେ ଲୁଚେଇ ଦେବି 

ସତ୍ୟ - ମମତା , ତମେ ସତ କହୁଛ ? ମୋ ପୁଅ ଶିରାଜ କୁ ଏତେ ଭଲ ପାଇବା ଦେବ ? ମାଆ ର ପଣତ କାନିରେ ଲୁଚେଇ ଦେବ ?

ମମତା - ହଁ ତମେ ଠିକ ଶୁଣିଲ 

ସତ୍ୟ - ସତରେ ମମତା , ତମକୁ ପାଇ ମୁଁ ଯେ କେତେ ଖୁସି ମୁଁ କହି ପାରିବିନି , ଆଜି ମୋ ପୁଅ କୁ ତା ମା ମିଳିଗଲା 

ମମତା - ତମ ରକ୍ତ ଲେଖା ଆଜି ମୋ ଜୀବନ ରେଖା

ସତ୍ୟ - ଆଜି ତମ ଜୀବନ ରେଖା ମୋ ରକ୍ତରେ ଲେଖା , ଆଉ ଦୁନିଆ କହିବ କାହାଣୀ ଆମର ରକତେ ଲେଖା  (1 BACKGROUND MUSIC ) (ମା ସ୍ନେହ କରେ, ଶ୍ରୀରାଜ ଘୃଣା କରେ , ମମତା ବାନ୍ତି ହେବା ସିନ MUSIC ରେ ପିଲାମାନେ ବଡ ହୁଅନ୍ତି  )



                            


                                                        ଦୃଶ୍ୟ 3 


ବିନୋଦ - ସତ୍ୟ ସତ୍ୟ ଆରେ ଘରେ ସବୁ କୁଆଡେ ଗଲେ , କେହି ଦେଖା ଯାଉ ନାହାନ୍ତି , ଆରେ ସତ୍ୟ 

ଅଲିଭା - oh no , କଣ ହେଲା ଏତେ ଜୋରରେ ଚିଲ୍ଲାଉଛ 

ବିନୋଦ - ଆରେ ମା ମୁ ଚିନ୍ହିବାରେ ଯଦି ଭୁଲ ନ ହୁଏ ତୁ ଆଳିଭା ନା ? ଏଇ ମୋ ସାଙ୍ଗ ସତ୍ୟଜିତ ର ଭାଣିଜୀ 

ଅଲିଭା - ହଁ ସେଇଠୁ କଣ ହେଲା ? 

ବିନୋଦ - ଆରେ ମା ମୋତେ ଚିନ୍ହି ପାରୁନୁ , ମୁଁ ପରା ତୋ ଡକ୍ଟର ଅଙ୍କଲ ବିନୋଦ ଜଗଦେବ 

ଅଲିଭା - oh really , ମୁ ତ ଚିନ୍ହି ପାରିଲି ନାହିଁ (ମୁଣ୍ଡିଆ ମାରି ) 

ବିନୋଦ - ହେଲା ମା ହେଲା କେମିତି ଚିନ୍ହିବୁ , ତୁ ପରା ପାଞ୍ଚ ବର୍ଷର ହେଇଥିଲୁ , ତୋତେ ପାଠ ପଢେଇବା ପାଇଁ ହଷ୍ଟେଲରେ ଛାଡି ଦେଲେ , ଆଛା ଅଲିଭା ତୋ ମାମୁ କେଉଁଠି ଅଛି ? 

ଅଲିଭା - ଅଙ୍କଲ , ଆପଣ ଭିତରକୁ ଯାନ୍ତୁ , ମାମୁଁ କଉଠି ଅଛନ୍ତି ଆପେ ଜାଣିଯିବେ 

ବିନୋଦ - କଉଠି ଅଛି କି ରେ ମା ? 

ଅଲିଭା - ସେଇ ଫୁଲ ବଗିଚାରେ 

ବିନୋଦ - ହଁ ରହ ମା ମୁଁ ତା ପାଖକୁ ଯାଉଛି ( ଚାଲିଗଲା ) 

ଅଲିଭା - ଓଃ set ବହୁତ ଡେରି ହେଇ ଗଲାଣି  ସେପଟେ ରକି ଅପେକ୍ଷା କରିଥିବେ 

ରକି - କରିଥିବେ ନୁହେଁ , ଅପେକ୍ଷା କରିଥିଲା ଏବେ ତମ ଘରକୁ ଆସିଲା 

ଅଲିଭା - ରକି ରକି  , sorry sorry I am very sorry 

ରକି - I Know  I Know  sorry କହିଦେଲେ କିଛି କାମକୁ ନୁହେ , ମୋ sorry ଟା ଅଦରକାରୀ 

ଅଲିଭା - ରକି ଅଦରକାରୀ ? କଣ ସେ ଚାହଁ ତୁମେ ? 

ରକି - ଅଲିଭା ସବୁଦିନ ଗଲାପରି ଆଜି ବି ଆମେ ଡିସ୍କୋ ଯିବା , ବାର ରେ ଯାଇ ମଦ ପିଇ ଡାନ୍ସ କରିବା 

ଅଲିଭା - what nonsense ? ଏଇ କଥା , ବୁଲେଇ ବଙ୍କେଇ କଣ କହୁଛ ? 

ରକି - ଅଲିଭା ରାଗି ଗଲୁ କି ? 

ଅଲିଭା - NO ,ମୋ ନା ଅଲିଭା କିନ୍ତୁ ମୋ ଷ୍ଟାଇଲ ଟା ଟିକେ ଅଲଗା , ଚାଲ ଯିବା 

ରକି - ହଁ ଚାଲ , (ଟିକେ ରହି ) ଅଲିଭା , ମୋ ନାଁ ଟା ବି ରକି , ରକି ଜଗଦୀଶ , ଜହର ଜଗଦୀଶ ର ଏକ ମାତ୍ର ବେଈମାନ ପୁଅ ରକି ଜଗଦୀଶ 

ହଟ 


                                (ଗଲାପରେ ) ( ଶିରାଜ ମର୍ଡର ସିନ ) (ଭିଲିଆନ ଏଣ୍ଟ୍ରି )

ସତ୍ୟ - (ବିନୋଦ ସତ୍ୟ ସାଙ୍ଗରେ ଆସନ୍ତି ) ଏତେ ଦିନ ପରେ ଆସିଲୁ ଦୁଇ ପଦ କଥା ନ ସରୁ କହୁଛ କଣ ନା ଆଉ କେବେ ଆସିବି ? 

ବିନୋଦ - ଦେଖ ସତ୍ୟ , ମୁଁ ଜଣେ ଡାକ୍ତର , ଆଉ ଡାକ୍ତର ର କାମ ହେଉଛି ତା ରୋଗୀ , ତୋ ନର୍ସିଙ୍ଗ ହୋମ ରେ କଣ ହେଲା ନ ହେଲା ସବୁ ମୋ ଦାୟିତ୍ୱ , ମୋ କଥା ବୁଝିବାକୁ ଚେଷ୍ଟା କର 

ସତ୍ୟ - ହେଲା ହେଲା ତୋ କଥା ଥାଉ , ଆଗ କହ ତୋ ଦୁଇ ଝିଅ ଏବେ କଣ କରୁଛନ୍ତି ? 

ବିନୋଦ - ସୃତି ଜ୍ୟୋତି ତ ସେ ଦୁଇ ଭଉଣୀ ଏବେ MBBS କରୁଛନ୍ତି 

ସତ୍ୟ - ହଁ ହଁ ଭଲ କରୁଛନ୍ତି , ତୋ ସାନ ପୁଅ କଣ ସେ ନା ଟା ...........

ବିନୋଦ - ସନ୍ଦୀପ 

ସତ୍ୟ - ହଁ ସନ୍ଦୀପ ସେ ଏବେ କଣ କରୁଛି ?

ମମତା - ସନ୍ଦୀପ ଏବେ ଇଂଜିନିୟରିଙ୍ଗ କରୁଛନ୍ତି , ନିଅ (ଚା ଦେଇ ) 

ସତ୍ୟ - ଆଛା ମମତା ,  ତମେ କେମିତି ଜାଣିଲ ? 

ମମତା - ମୁଁ କେମିତି ଜାଣିଲି , ତମେ ପରା ଏଇ କଥା ଦଶ ଥର ତମ ସାଙ୍ଗକୁ ପଚାରି ସାରିଲଣି (ସମସ୍ତେ ହସିଲେ )

ବିନୋଦ - ହଉ ହେଲା ମୁଁ ଆସୁଛି , (ଚାଲିଗଲେ )

ସତ୍ୟ - ଏଥର ଆସିଲେ ତୋ ପୁଅ ଝିଅକୁ ସାଙ୍ଗରେ ଆଣିବୁ 

ମମତା - ହେଲା ହେଲା  ଭିତରକୁ ଯିବା , 

ଶିରାଜ - ଭିତରକୁ , ଘର  କଣଟା ଯେ ଅଛି ? ମନଟା ଛନ ଛନ ହେଉଛି ମମତା  ଦେବି 

ସତ୍ୟ - ଶିରାଜ , ତତେ ଲାଜ ଲାଗୁନି ତୁ ତୋ ବାପା ମାଙ୍କୁ ଏମିତି କଥା କହୁଛୁ , ଆଉ ପୁଣି ମୁହଁରେ ସିଗାରେଟ , ଛି  ଛି  ଛି 

ଶିରାଜ - ଡାଡି 

ମମତା - ଓଃ ସକାଳୁ ସକାଳୁ ପିଲା ଟା ଉପରେ କାହିଁ ରାଗୁଛ ? ବାବା ଶିରାଜ , ତତେ କଣ ଦରକାର ତୁ ମୋତେ କହୁନୁ ? ଆରେ ରେ ତୁ ପରା ମୋ ବଡ ପୁଅ ମୁଁ ପରା ତୋ ମା 

ଶିରାଜ - ପୁଅ , ମା ମମତା ଦେବି , ତମେ ଭୁଲି ଯାଅନି ତମେ ମୋ ମା ନୁହେଁ ତମେ କେବଳ ମୋ ଡାଡିଙ୍କ ସ୍ତ୍ରୀ , 

ସତ୍ୟ - ଶିରାଜ ! କଣ କହୁଛୁ ତୁ ? ଯିଏ ତା ନିଜ ପୁଅ ଝିଅ କୁ ଭଲ ପାଇବା ନ ଦେଇ ତୋତେ ମା ର ସ୍ନେହ ମମତା ଦେଇଛି ତାକୁ ତୁ 

ମମତା - ଥାଉ କିଛି କୁହନି ତମେ , କହ ବାବା ତୋର ଯାହା ଇଛା ତାହା କହ 

ଶିରାଜ - ମମତା ଦେଇ ମୋତେ ପଚାଶ ହଜାର ଟଙ୍କା ଦରକାର ଦିଅ  

ସତ୍ୟ - ନା କାଣି କଉଡି ଟିଏ ବି ମିଳିବ ନାହିଁ 

ମମତା - ତମେ ଚୁପ ରୁହ , ରହ ବାବା ମୁଁ ଦଉଛି , (ଆଣିବାକୁ ଯାଇ ) 

ସତ୍ୟ - ଦେଖିଲୁ ତୋ , ଯାଉ ମା କୁ ମା ବୋଲି ଭାବୁ ନାହୁଁ , ସେଇ ମା ତୋତେ କେତେ ଭଲ ପାଉଛି , କୁଳାଙ୍ଗାର କଉଠିକାର 

ଶିରାଜ - ଡାଡି କଣ କହୁଛ ? 

ମମତା - ଶିରାଜ ନେ (ଦେଇ ) ଘର କୁ ଶୀଘ୍ର ଫେରି ଆସିବୁ 

ଶିରାଜ - ମମତା ଦେବି, ତମର ଏଇ ପଦିଏ କଥା ମୋତେ ଭାରି ଭଲ ଲାଗେ , ଆଉ ଜଣେ ଇଏ ମୋ ବାପା, ମମତା ଦେବୀ , ଇଏ କଣ ସତରେ ମୋ ନିଜ ବାପା ? ମୋତେ ତ ବେଳେ ବେଳେ doubt  ହୁଏ 

ସତ୍ୟ - (ରାଗି) ଶିରାଜ , 

ମମତା - ତୁ ଯା ବାବା ତୁ ଗଲୁ ଏଇଠୁ 

ଶିରାଜ - okey , bye ମମତା ଦେବି , bye ଡାଡି (ଚାଲି ଗଲା )

ସତ୍ୟ - ମମତା , ଏଇ କୁଳାଙ୍ଗାର ପୁଅ , ଆମର ଦିନେ ନ ରଖିବ, ଆଉ ମୁଣ୍ଡରେ ତାକୁ ବସାଅ , 

ମମତା - ଚାଲ ଚାଲ , ମୁଁ ଖାଇବା ବାଢିଦିଏ ଆସି ଖାଇ ନେବ (ଚାଲିଗଲା )

ସତ୍ୟ - ହଉ ଚାଲ , କି ଜନ୍ମରେ କଉ ପାପ କରି ଥିଲି ଯେ , ଏଇ ଭଳି କୁଳାଙ୍ଗାର ପୁଅ ଭାଗ୍ୟରେ ଥିଲା , ଆଉ ଅନ୍ୟ ପଟେ ଦେଖ ମୋ ସ୍ତ୍ରୀ ଲକ୍ଷ୍ମୀ ଠାକୁରାଣୀ ,ମୋ ଆଉ ଗୋଟେ ପୁଅ ଅମର , ଅମର ନୁହେଁ ତ ସେ ମୋ ରାମ ଚନ୍ଦ୍ର , ଆଉ ମୋ ଭାଣଜି ଅଲିଭା ତା କଥା କଣ କହିବି ଛି ଛି 


                                                             ( ଦୃଶ୍ୟ - 4 )

ଆଲୋକ - ଅମର , ଅମର 

ଅମର - ଆଲୋକ, ଆଲୋକ 

ଆଲୋକ - ଅମର ଆଜି ଯିବା ପରେ ସାଙ୍ଗ 

ଅମର - ହଁ ରେ ସାଙ୍ଗ ମୁଁ ତ ସକାଳୁ ରେଡି ହୋଇ ସାରିଛି 

ଆଲୋକ - ରେଡି ହେଇଚି ମାନେ ତାମାନେ ତୁ ବି 

ଅମର - ଆରେ ନାହିଁ , 

ଆଲୋକ - ଆରେ ହଁ , ତୋ ମୁହଁରେ ଜଣା ପଡୁଛି ,କହ ଏ ସାଙ୍ଗ କହିଦେ 

ଅମର - କହିଲେ ରାଗିବୁନି ତ ?

ଆଲୋକ - କାହିଁକି ରାଗିବି କହୁନୁ ?

ଅମର - କହିବିତ , ଦେଖ କହୁଛି , ମାନେ ସୃତି ଭାଉଜର ସାନ ଭଉଣୀ 

ଆଲୋକ - ମାନେ ଆମ ଜ୍ୟୋତି , ଏଇଟା ତ ଭଲ କଥା , ଆଛା ତାକୁ ତୁ ଭଲ ପାଇଛୁ ବୋଲି କହିଛୁ ? 

ଅମର - ନା କହିନି 

ଆଲୋକ - ଆଜି କହିବୁ , ଆଉ ଏବେ କହିବୁ ମାନେ ସୃତି ଦେଖା କରିବା ପାଇଁ ସେ ଆମ କଲେଜ ପାର୍କରେ ଅପେକ୍ଷା କରିଛି 

ଅମର - ସତରେ ଆଲୋକ ତୁ ସତ କହୁଛୁ , 

ଆଲୋକ - ଅମର ତୁ ଶୀଘ୍ର ଯାଇ ଗାଡି ନେଇ ଆ

ଅମର - ହଉ ମୁଁ ଯାଉଛି 

ଆଲୋକ - ସତରେ ଅମର , ତୋ ଭଳିଆ ସାଙ୍ଗ ଟେ ପାଇ ଆଜି ମୁଁ ନିଜକୁ ଗର୍ବ ଅନୁଭବ କରୁଛି , ଅନାଥ ପିଲା ଟେ ମୁଁ , ବାପା ମା ଚାଲିଗଲା ପରେ ତୁ ମୋତେ ନେଇ ତୋ ଘରେ ରଖିଲୁ , ତୋ ବାପା ମା ର ସ୍ନେହ ମମତା ମୁଁ ପାଇଛି 

ଅମର , ଏ ଜୀବନର ଟା ତୋ ତୋର , ଦରକାର ପଡିଲେ ତୋ ପାଇଁ ମୋ ଜୀବନଟା ବି ଦେଇ ଦେଲେ ତୋ ଋଣ ସୁଝି ପାରିବିନି 

ଶିରାଜ - ଆଲୋକ ଏଇଠି କଣ କରୁଛୁ ? 

ଆଲୋକ - ଭାଇ ଅମର ଆଉ ମୁଁ କଲେଜ କୁ ଯିବୁ 

ଶିରାଜ - ତୋ ଅମର କୁଆଡେ ଗଲା ,

ଅମର - ବଡ ଭାଇ , ମୁଁ ବାଇକ ଆଣିବାକୁ ଯାଇଥିଲି 

ଶିରାଜ - ହଉ ତମେ ମାନେ ଏଇଠୁ ଯାଅ (ଦୁହେଁ ଚାଲିଗଲେ )

(ଜହର, ରକି, ମିଟୁ ସାଙ୍ଗରେ ଆସନ୍ତି )

ଜହର -ଭଣଜା ସବୁ ରେଡି 

ଶିରାଜ - ମାନେ ମାମୁଁ 

ମିଟୁ - ମାନେ ବାବୁ , ଆପଣ ଯାଉ ଝିଅ କଥା କହିଲେ ସେ ଝିଅ ଏଇ କଲେଜ ପାର୍କ ରେ ଆସିଛି 

ଜହର - ହଁ ଭଣଜା , ସେ ଟୋକି କୁ ଖୋଜି ଖୋଜି ଆଜି ପାଇଛୁ , ତୋର ଯାହା ଈଛା ସେୟା କର 

ରକି - ଭାଈ , ପାର୍କ ଗେଟ କେତେବେଳେ ବନ୍ଦ ହେବ ? ସେକଥା ମୁଁ ବୁଝୁଛି , 

ଶିରାଜ - ଆଛା ଭଲ କଥା , 

ଜହର - ତୁ ଖାଲି ଟାଇମ ଦେଖି ଶୀଘ୍ର ଆ , ଚାଲବେ ଯିବା 

ମିଟୁ - ଆପଣ ଖାଲି ଫୁର୍ତ୍ତି କରିଲେ ହେଲା , ଆଛା ଶିରାଜ ବାବୁ 

ଶିରାଜ - ଏ ମିଟୁ ମହାନ୍ତି 

ମିଟୁ - ସବୁ ବେଳେ ମିଛ କହନ୍ତି 

ଶିରାଜ - ମୁଁ ଶିରାଜ ନୁହେଁ , ମୁଁ ସନି ମଙ୍ଗଳ , I mean ଗ୍ରହରାଜ ଶନି ମଙ୍ଗଳ , ଆଉ ଶନି ଯାହାକୁ ଲାଗେ ସାଢେ ସାତ ସେଇ ଦିନୁ କାଲ ରାତ୍ରିରେ କାଳ ବର୍ଷା ହେବାର ସୁନିଶ୍ଚିତ , ଜୟ ଶନି ଦେବ (ଚାଲିଗଲେ )


                                                      (ଦୃଶ୍ୟ - 5 )


(ମ୍ୟୁଜିକ ରେ ସଖୀ ଡାନ୍ସ ଏଣ୍ଟ୍ରି , ଜଣେ ଜଣେ କରି ଆସନ୍ତି ଗୋଟିଏ ପଟେ ସୃତି ଆସେ ଅନ୍ୟ ପଟେ ଜ୍ୟୋତି ଆସେ)


ଜ୍ୟୋତି - ଅପା ତାଙ୍କୁ ଡକେଇ ଥିଲୁ ଟି ?

ସୃତି - କାହାକୁ କାହା କଥା କହୁଛୁ ? 

ଜ୍ୟୋତି - ଦେଖ ସାଙ୍ଗ ମାନେ ,ଅପା କିଛି ଜାଣିନାହିଁ 

ସଖୀମାନେ - ସତରେ କଣ ଜାଣିନ ଅପା ? 

ସୃତି - ଧେତ , କଣ କହୁଛ ତମେମାନେ ? ମୁଁ କିଛି ବୁଝି ପାରୁନି ! 

ଜ୍ୟୋତି - କିଛି ବୁଝି ପାରୁନୁ ? ଆଲୋକ ଭାଇ ପରା ଆସୁଥୁବେ 

ସୃତି - ଈମା ....ସତରେ ...ମୁଁ ପୁରା ଭୁଲି ଯାଇଥିଲି , ଆଜି ଦେଖା କରି ସେ ରାତି ଟ୍ରେନ ରେ ଚାଲିଯିବେ 

ଆଲୋକ - ଚାଲି ତୋ ଯିବି ନିଶ୍ଚୟ , ହେଲେ ଏବେ ନୁହେଁ ,ଆଉ ପୁରା ପୁରି , 2 ଘଣ୍ଟା 40 ମିନିଟ 32 ସେକେଣ୍ଡ ବାକି ଅଛି 

ଜ୍ୟୋତି - ଭାଇ ଆଜି ତମେ ଏକା ଆସିଛ ? 

ଆଲୋକ - ନାଇଁ ନାଇଁ , ଅମର ସବୁଦିନ ପରି ସେଇ ଗେଟ ପାଖରେ ବସିଛି !

ସୃତି - କଣ ଭାବୁଛୁ କି ଲୋ ଜ୍ୟୋତି ? ସବୁଦିନ ପରି ସେମିତି ଚାହିଁଥିବୁ ? 

ଜ୍ୟୋତି - ନାଇଁ ନାଇଁ , 

ଆଲୋକ - ଆଉ ପୁଣି କଣ ସେ ଭାବୁଛୁ 

ଜ୍ୟୋତି - ନାଇଁ ମାନେ କଥା କଣ କି ? 

ସୃତି - ନାଇଁ ମାନେ , ପୁଣି କଣ ? ଆରେ ଯା , ଆଜି ତ କହିଦେ  ମୁଁ ତୁମକୁ ଭଲ ପାଏ ବୋଲି 

ଜ୍ୟୋତି - ହଁ ହଁ ମୁଁ ଯାଏଁ , (ଗଲା ପରେ )

ଆଲୋକ - ଏ ସୃତି ତମେ କଣ ଭାବୁଛ ? 

ସୃତି - ମୁଁ ଭାବୁଛି , ଆଉ କିଛି ସମୟ ପରେ ତମେ ଚାଲି ଯିବ ! ତମ ବିନା ଗୋଟାଏ ମୁହୂର୍ତ୍ତ ବି ରହି ପାରୁନି , ଆଉ ତମେ 

ଆଲୋକ - 1 ୟିଏର  ଗୋଟାଏ ବର୍ଷ , କେବଳ 365 ଦିନ ଅପେକ୍ଷା କର , 

ସୃତି - ତମ ବିନା ଗୋଟିଏ ଦିନ ଗୋଟିଏ ବର୍ଷ ପରି ଲାଗେ , ଆଉ ତମେ କହୁଛ 

ଆଲୋକ - ଏ ସୃତି , ଏ ..... ମୋ କ୍ୟାରିୟର ଗଢିବା ପାଇଁ ମୋତେ ଯିବାକୁ ହେବ , ମୋତେ IPS ଟ୍ରେନିଙ୍ଗ ଦେବାକୁ ପଡିବ , ଏ ସୃତି , ତମେ କଣ ମୋ ପାଇଁ ଗୋଟାଏ ବର୍ଷ ଅପେକ୍ଷା କରି ପାରିବନି ? ତମେ ଯଦି ମୋର ନ ହେବ , ମୁଁ ବଂଚି ପାରିବି ନାହିଁ , 

ସୃତି - ନାଇଁ, ସେ କଥା ପାଟି ରେ ଧରନି, ତମ ପାଇଁ ଗୋଟାଏ ବର୍ଷ କଣ ମୁଁ ବର୍ଷ ବର୍ଷ ଧରି ଅପେକ୍ଷା କରିବି , କେବଳ ତୁମରି ସିନ୍ଦୁର ପନ୍ଧିବା ପାଇଁ 

ଆଲୋକ - ସତରେ ସୃତି I LOVE U , (ଗୀତ - 1)

(ଗୀତ ଶେଷରେ ଟାଟା ମାରି ଆଲୋକ ଚାଲିଗଲା )

ସୃତି - ହେ ଭଗବାନ , ମୋ ଆଲୋକ କୁ ଶୀଘ୍ର ପୋଲିସ ଅଫିସର କରି ପଠେଇ ଦିଅ  , ମୋ ମଥାର ସିନ୍ଦୁର ପିନ୍ଧେଇବା ପାଇଁ 

ଶିରାଜ - ସତରେ ତୋ ମଥାରେ ସିନ୍ଦୁର ପିନ୍ଧିଲେ ଆହୁରି ସୁନ୍ଦର ଦିସିବୁ 

ସୃତି - ଶିରାଜ ଭାଇ ଆପଣ ନାମସ୍କାର ,

ଶିରାଜ - ସୃତି , ଅଭୁଲା ସୃତି , ହୋଇ ରହିଯିବୁ , ଆଲୋକ ଦୁନିଆକୁ ଆଲୋକିତ କରିବ,

ସୃତି - କଣ କହିବାକୁ ଚାହୁଁଛନ୍ତି ଆପଣ ? 

ଶିରାଜ - ନାଇଲୋ ମୁଁ କଣ କହିବାକୁ ଚାହେଁ (ଛୁଁଏ)

ସୃତି - ଶିରାଜ ଭାଇ , ଆପଣ ଭୁଲି ଯାଉଛନ୍ତି ଯେ , ଦିନ କେଇଟା ରେ ମୁଁ ଆପଣଙ୍କର ଭାଇ ବୋହୁ ହେବି , ଆପଣ ମୋ ଦେଢଶୁର ହେବେ 

ଶିରାଜ - (ହସି) ଭାଇ ବୋହୁ ଦେଢ଼ସୁର ଧେତ ତେରିକା 

ସୃତି - ଯେତେହେଳେ ବି ଆଲୋକ ଆପଣଙ୍କର ଧରମ ଭାଇ , ତାମାନେ ନୁହେଁ ଯେ 

ଶିରାଜ - ତାମାନେ ନୁହେଁ ଯେ , ମୁଁ ତୋ ଦେହ ରେ ଏମିତିକା ଦାଗ ଲଗେଇ ଦେବି ଯେ ନ କାହାକୁ କହି ପାରିବୁ , ନ କାନ୍ଦି ପାରିବୁ , ଖାଲି ଝୁରି ଝୁରି ସବୁଦିନ ମରୁଥିବୁ 

ସୃତି - ନାଇଁ ତମେ ଏଭଳି ଭୁଲ କରନି , ମୁଁ ତୁମକୁ ହାତ ଯୋଡୁଛି , ପାଦ ତଳେ ପଡୁ଼ଛି ( ଟିକେ ଡାଇଲଗ ରେ ସିନ)

ଶିରାଜ - (କାମ ସାରି ) ଓହଃ କେତେ ସୁନ୍ଦର ଯା 

ସୃତି - ଅମଣିଷ , ପଶୁ , ଏକି ମୋର ସର୍ବନାଶ କଲୁ , ଛି ଥୁ , ଲାଜ ଲାଗୁନି , ଅଇଁଠା ଖିଆ କୁକୁର 

ଶିରାଜ - (ଚାପୁଡ଼ା ମାରି ) ଏ ମୁଁ ଶନି ମଙ୍ଗଳ I mean ଗ୍ରହରାଜ ଶନି ମଙ୍ଗଳ , ଜୟ ଶନି ଦେବ (ଚାଲିଗଲା)

ସୃତି - ସତରେ ଆଲୋକ , ମୁଁ ବସି ଫୁଲ ହୋଇଗଲି , ଠାକୁର ପୂଜା ରେ ଆଉ ଲାଗି ପାରିବିନି , କାହିଁକି ବଞ୍ଚିବି ଆଲୋକ , ଏ କଲଂକିନୀ ମୁହଁ ନେଇ ଯାଉଛି ଆତ୍ମହତ୍ୟା କରିବି , ହଁ ଆତ୍ମହତ୍ୟା (କାନ୍ଦି ଚାଲିଗଲା)


Post a Comment

0 Comments