ଚାଷୀ ମାନଙ୍କୁ କାଳିଆ ଓ ପିଏମ କିଷାନ ପରବର୍ତ୍ତୀ କିସ୍ତି କେବେ ମିଳିବ ଜାଣନ୍ତୁ ନୂଆ ଅପଡେଟ

ଚାଷୀ ମାନଙ୍କୁ ପିଏମ କିଷାନ ର ୧୨ତମ କିସ୍ତି ଓ କାଳିଆ ର ୮ତମ କିସ୍ତି ସହାୟତା ଟଙ୍କା କେବେ ମିଳିବ  : ଜାଣନ୍ତୁ  ଏହାର ତାରିଖ, ଅପଡେଟ୍ 





ଯଦି ଆପଣ ପିଏମ୍ କିଷାନ ଯୋଜନାର ଲାଭାର୍ଥୀ ଅଟନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ପିଏମ୍ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ଯୋଜନାର ୧୨ତମ କିସ୍ତି ଖୁବଶୀଘ୍ର ରିଲିଜ୍ କରିବାକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ଜାରି ଏହି ଯୋଜନା ସରକାରଙ୍କର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଯୋଜନା ଅଟେ ।

ଏହି ଯୋଜନାର ଫାଇଦା ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ସରକାର ସର୍ବଦା ପ୍ରୟାସରତ ଥାଆନ୍ତି ।


ପିଏମ୍ କିଷାନର ପରବର୍ତ୍ତୀ କିସ୍ତି ଚଳିତ ମାସରେ ଆସିବ । ଏହି ଯୋଜନା ଅନୁଯାୟୀ,

  •  ପ୍ରଥମ କିସ୍ତି ଏପ୍ରିଲ ୧ରୁ ଜୁଲାଇ ୩୧ ମଧ୍ୟରେ
  •  ଦ୍ୱିତୀୟ କିସ୍ତି ଅଗଷ୍ଟ ୧ରୁ ନଭେମ୍ବର ୩୦ ମଧ୍ୟରେ
  •  ତୃତୀୟ କିସ୍ତି ଡିସେମ୍ବର ୧ରୁ ମାର୍ଚ୍ଚ ୩୧ ମଧ୍ୟରେ 

ପ୍ରଦାନ କରାଯାଇଥାଏ । ସେହିପରି ୧୨ତମ କିସ୍ତି ଚଳିତ ମାସରେ ଘୋଷଣା ହୋଇପାରେ । ସରକାରଙ୍କ ତରଫରୁ ବର୍ତ୍ତମାନ ସୁଦ୍ଧା ତାରିଖ ଘୋଷଣା ହୋଇନାହିଁ ।


ସୂଚନାଯୋଗ୍ୟ ଯେ, ଯଦି ଆପଣ ଇ-କିୱାଇସି କରିନଥିବେ, ତେବେ ପିଏମ୍ କିଷାନର ଅର୍ଥ ଆପଣଙ୍କୁ ମିଳିନପାରେ । ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୧ତମ କିସ୍ତି ଜାରି କରାଯାଇଛି । ପିଏମ୍ କିଷାନ ପୋର୍ଟାଲ ମୁତାବକ, ଆଧାର ଆଧାରିତ ଓଟିପି ପ୍ରମାଣୀକରଣ ପାଇଁ କିଷାନଙ୍କୁ କିଷାନ କର୍ଣ୍ଣରରେ ଇ-କେୱାଇସି ବିକଳ୍ପ ଉପରେ କ୍ଲିକ କରିବାକୁ ପଡ଼ିବ । ବାୟୋମେଟ୍ରିକ ପ୍ରମାଣୀକରଣ ପାଇଁ ନିକଟସ୍ଥ ସିଏସସି ସେଣ୍ଟରକୁ ଯିବାକୁ ପଡ଼ିବ ।



କାଳିଆ ଯୋଜନା ର ବର୍ଷକୁ ଦୁଇଟି କିସ୍ତି ରାଜ୍ୟ ସରକାର ମାନ୍ୟବର ନବୀନ ପଟ୍ଟନାୟକ ଚାଷୀଙ୍କୁ ପ୍ରଦାନ କରନ୍ତି - 





  • ପ୍ରଥମ କିସ୍ତି - ଅକ୍ଷୟ ତୃତୀୟା ରେ 
  • ଦ୍ଵିତୀୟ କିସ୍ତି - ନୂଆ ଖାଇ ରେ 


କିନ୍ତୁ ଏଥର କାଳିଆ ଯୋଜନା ପାଇବାକୁ ହେଲେ ନିଶ୍ଚୟ ଇକ୍ୱେବାସୀ କରିବା ନିହାତି ଜରୁରୀ ଅଟେ , ନହେଲେ କାଳିଆ କିସ୍ତି ପାଇବେ ନାହିଁ 


ନୂଆଖାଇ ଚଳିତ ବର୍ଷ ସେପ୍ଟେମ୍ବର ଏକ ତାରିଖ ରେ ପାଳିତ ହେଉ ଥିବାରୁ ଏଥର ସେପ୍ଟେମ୍ବର 1 ତାରିଖ କାଳିଆ ଟଙ୍କା ମିଳିବାକୁ ଯାଉଛି 



ତା ସହିତ ପି ଏମ କିଷାନ ଟଙ୍କା ମଧ୍ୟ ଚଳିତ ବର୍ଷ ସେପ୍ଟେମ୍ବର 1 ତାରିଖ ମିଳିବାର ପୁରାପୁରି ସମ୍ଭାବନା ଅଛି 


ତେଣୁ କରି ସମସ୍ତ ଚାଷୀ ମାନଙ୍କୁ ବିଶେଷ ଅନୁରୋଧ କି ଆପଣ ଯଦି ପିଏମ କିଷାନ ଓ କାଳିଆ ର ଆଗାମୀ କିସ୍ତି ର ଲାଭ ଉଠେଇବାକୁ ଚାହାନ୍ତି ତାହେଲେ ଆଜିହିଁ EKYC କରି ନିଅନ୍ତୁ 



ଅଧିକ ଜାଣିବା ପାଇଁ ଆମ ୟୁଟୁବ ଚେନାଲ କୁ ଦେଖନ୍ତୁ ଓ ଶବସକ୍ରାଇବ କରି ବେଳ ଆଇକନ କୁ ମଧ୍ୟ ପ୍ରେସ କରନ୍ତୁ 


କିଛି ବୁଝି ନ ପାରିଲେ ଆମକୁ କମେଣ୍ଟ ମଧ୍ୟ କରନ୍ତୁ - 


https://www.youtube.com/c/TECHNODIGIGYAN

Post a Comment

0 Comments