ଭୁବନେଶ୍ବର : ଚଳିତ ମାସ ଶେଷ ବେଳକୁ ସରକାରୀ ଛୁଟି ଓ ବ୍ୟାଙ୍କ ଧର୍ମଘଟ ଯୋଗୁଁ ପ୍ରାୟ ୭ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହା ଫଳରେ ଗ୍ରାହକସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି ।


ଜାନୁଆରି ୨୨ ତାରିଖ ରବିବାର ହୋଇଥିବାରୁ ସାପ୍ତାହିକ ବ୍ୟାଙ୍କ ଛୁଟି । 


୨୩ ତାରିଖ ନେତାଜୀ ସୁଭାଷ ଚନ୍ଦ୍ର ଜୟନ୍ତୀ ହୋଇଥିବାରୁ ବ୍ୟାଙ୍କ ଛୁଟି ରହିବ ।


୨୪ ଓ ୨୫ ତାରିଖ ବ୍ୟାଙ୍କ ଖୋଲା ରହିବ । 


୨୬ ତାରିଖ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜାତୀୟ ଛୁଟି ଦିବସ ହୋଇ ଥିବାରୁ ବ୍ୟାଙ୍କ ବନ୍ଦ ରହିବ । 


୨୭ ତାରିଖ ବ୍ୟାଙ୍କ ଖୋଲା ରହିବ । 


୨୮ ତାରିଖ ମାସ ୪ର୍ଥ ଶନିବାର ଯୋଗୁଁ ବ୍ୟାଙ୍କ ଛୁଟି ରହିବ ଓ 


୨୯ ତାରିଖ ରବିବାର ଯୋଗୁଁ ବ୍ୟାଙ୍କ ଛୁଟି ରହିବ । 


୩୦ ଓ ୩୧ ତାରିଖ ବ୍ୟାଙ୍କ ଧର୍ମଘଟ ଯୋଗୁଁ ବନ୍ଦ ରହିବ ।



୩୦ ଓ ୩୧ ତାରିଖରେ ଧର୍ମଘଟ ପାଇଁ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଘୋଷଣା କରାଯାଇଛି । 


ବିଭିନ୍ନ ଦାବି ନେଇ ଏହି ଧର୍ମଘଟ କରାଯାଇଛି । ବ୍ୟାଙ୍କ କର୍ମଚାରୀଙ୍କ ଗୋଟିଏ ପ୍ରମୁଖ ଦାବି ହେଲା ସପ୍ତାହକୁ ୫ ଦିନ ବ୍ୟାଙ୍କ ଖୋଲା ରହୁ । ଅର୍ଥାତ ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ରହୁ । ଆଉ ଏକ ଦାବି ହେଲା ଜାତୀୟ ପେନସନ ସିଷ୍ଟମର ଉଚ୍ଛେଦ ।